ପଞ୍ଚାୟତ ରାଜ୍ ବିଭାଗ ତରଫରୁ ଗ୍ରାମ ଉନ୍ନୟନ ଯୋଜନା କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,

ପଞ୍ଚାୟତ ରାଜ୍ ବିଭାଗ ତରଫରୁ ଗ୍ରାମ ଉନ୍ନୟନ ଯୋଜନା କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ୧୧ ଟା ସମୟରେ ଗ୍ରାମ ଉନ୍ନୟନ ଯୋଜନା କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ କଳାହାଣ୍ଡି ତରଫରୁ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିର ରେ ନର୍ଲା ବ୍ଲକ୍ର ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ପି ଇ ଓ,A D O, ଜି ଆର୍ ଏସ୍,M B K, ସି ଆର୍ ପି, ୱାର୍ଡ ମେମ୍ବର, ଅଙ୍ଗୱାଡ଼ି କର୍ମୀ ଓ S S G ଗ୍ରୁପ୍ ର ମହିଳା ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିର ରେ G P D O ରିବା ନାଏକ,D R P ବିମଲ୍ କୁମାର୍ ବାଗ୍, ସୁଦକ୍ଷ ପାଣଗ୍ରାହୀ ଯୋଗ ଦେଇ ପ୍ରଶିକ୍ଷଣ ଦେଇ ଥିବା ବେଳେ ରୁଦ୍ରାକ୍ଷ ସ୍ୱାଇଁ ସହଯୋଗ କରିଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






