ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ ଗ୍ରହଣ ବାତିଲ,ବିଜେଡି କାଉନସିଲର ଅସନ୍ତୋଷ,

ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ ଗ୍ରହଣ ବାତିଲ,ବିଜେଡି କାଉନସିଲର ଅସନ୍ତୋଷ,
କଳାହାଣ୍ଡି ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନର ପ୍ରାୟ ୩ ବର୍ଷ ପରେ ଏବେ ବିଜେଡିର ୧୦ ଜଣ କାଉନ୍ସିଲର ମିଶି ନଗରପାଲ ମୁକେଶ ଅଗ୍ରୱାଲଙ୍କ ନାଁରେ ଅନାସ୍ତା ପ୍ରସ୍ତାବ ଆଗତ କରିଥିଲେ । ଗତ 1 ତାରିଖ ଦିନ ପରିଷଦ ମଧ୍ୟରେ ଅନାସ୍ଥା ଭୋଟିଂ ହେବା ନେଇ ଜିଲ୍ଲାପାଳ ବିଜ୍ଞପ୍ତି କରିଥିଲେ। ହେଲେ ହଠାତ ଭୋଟିଂ ଦାଇତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଭୋଟିଂ ସ୍ତଗିତ ରଖାଯିବା ନେଇ ସୂଚନା ମିଳିବା ପରେ ଆଜି ଅନାସ୍ଥା ଭୋଟ କରିବା ପାଇଁ ଧର୍ଯ୍ୟ କରାଯାଇଥିଲା ହେଲେ ଆଜି ମଧ୍ୟ ବାତିଲ ହୋଇଥିଲା ଏହାକୁ ନେଇ ବିଜେଡି କାଉନସିଲର ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଶାସକ ବିଜେପିର ରାଜନୀତି ବୋଲି କହିଥିଲେ.
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ଶୁଭମ୍ ବାର୍ତ୍ତା,
What's Your Reaction?






