ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ

Sep 29, 2024 - 13:32
Sep 29, 2024 - 15:36
 0  117
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ

 ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ,

କଳାହାଣ୍ଡି ଶୁଭମ ବାର୍ତ୍ତା :- ଆଜି ଆମ ଦେଶ ର ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ କୁ ସାରା ଦେଶରେ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ କରି ଉତ୍କଣ୍ଠା ର ସହିତ ଶୁଣି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଟୋଲ୍ ବ୍ରାହ୍ମଣୀ ଗାଁ ର ଅଲେଖ ମହିମା ମଠ ରେ ମଧ୍ୟ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ଥିଲେ।ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ମଠ ପରିସର ଭବ୍ୟ ଆୟୋଜନ କରାଯାଇ ଥିଲା। ଏହି ମଠ ର ମୁଖ୍ୟ ପବିତ୍ର ମୋହନ୍ ଶବର ଜଣେ ସୁନାମ ଧନ୍ୟ ଆୟୁର୍ବେଦିକ ଚିକିତ୍ସକ ସେ ଆୟୁର୍ବେଦିକ ଚିକିତ୍ସା ଦ୍ୱାରା କେନ୍ସର୍ ଭଳି ଅସାଧ୍ୟ ରୋଗ କୁ ମଧ୍ୟ ଭଲ କରି ପାରୁଥିବାରୁ ଉକ୍ତ ଚିକିତ୍ସା କୁ ପ୍ରଚାର୍ ପ୍ରସାର କରିବା ଉଦ୍ଦେଶ୍ୟ ରେ ଆଜିର ମନ୍ କି ବାତ୍ ଏହି ମହିମା ମଠ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ସହିତ କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ନମିତା ରାଣୀ ସାହୁ, ସରୋଜ୍ କୁମାର୍ ଭୋଇ, ସୋଭାଗିନି ପାତ୍ର, ରିନା ଭୋଇ, ଓମ୍ ପ୍ରକାଶ ଛତ୍ରିୟା ଓ ବିଜେପି ର ବିଭିନ୍ନ କାର୍ଯ୍ୟ କର୍ତ୍ତା ଓ ଉକ୍ତ ଅଞ୍ଚଳ ର ଶହ ଶହ ଲୋକ ଉପସ୍ଥିତ ରହି ମୋଦୀ ଙ୍କ ମନ୍ କି ବାତ୍ କାର୍ଯ୍ୟ କ୍ରମ କୁ ଶୁଣି ଥିଲେ ।କାର୍ଯ୍ୟକ୍ରମର ଶେଷ ଭାଗରେ ସେଠାରେ ଉପସ୍ଥିତ ଗଣମାଧ୍ୟମ ର ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା, ନର୍ଲା  ସାମ୍ବାଦିକ ଜଗତ ରାମ୍ ସାହୁ, ନୀଳକଣ୍ଠ ବେହେରା ଓ ଗୁପ୍ତେଶ୍ୱର ହାତୀ ସମ୍ମାନିତ ହୋଇଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow