ପଡିଆ ରୁ ବଢିଆ ମେଳା ଅନଷ୍ଠିତ।

ପଡିଆ ରୁ ବଢିଆ ମେଳା ଅନଷ୍ଠିତ।
ନର୍ଲା ଶୁଭମ ବାର୍ତ୍ତା :- ଆମ କଳାହାଣ୍ଡି ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏଠାରେ ୧୦୦ ରୁ ୮୦ ଭାଗ ଲୋକେ ଚାଷ ଉପରେ ନିର୍ଭର କରି ଥାନ୍ତି ଯୁଗ ବଦଳିବା ସହିତ ଚାଷ କରୁଥିବା ପଦ୍ଧତି ମଧ୍ୟ ବଦଳୁଛି, ଚାଷୀ କମ୍ ଜମି ରେ ଅଧିକ ଫସଲ ଅମଳ କରିବାକୁ ବିଭିନ୍ନ ଆଧୁନିକ ପଦ୍ଧତି ରେ ଚାଷ କରୁଛି।ସେଥି ପାଇଁ ସରକାର ବିଭିନ୍ନ ସଚେତନ ଭିର୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରି ଚାଷୀ କିପରି ଲାଭ ବାନ୍ ହେବେ ତାର ପ୍ରୟାସ ଜାରି ରଖି ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରାକ୍ସୀ ପଞ୍ଚାୟତ ର ସଭା ଗୃହ ରେ ପଡିଆ ରୁ ବଢିଆ ନାମରେ ଏକ ମେଳା ଅନୁଷ୍ଠିତ ହୋଇ ଥିଲା।ପଡିଆ ରୁ ବଢିଆ କାର୍ଯ୍ୟ କ୍ରମ ର ନର୍ଲା ବ୍ଲକ୍ ସଂଯୋଜକ ବାବୁଲାଲ ତାଣ୍ଡି ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେ ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ର ଜିଲ୍ଲା ସ୍ତରୀୟ ସଂଗଠନ ନାଗରିକ ବିକାଶ ସଂଗଠନ ର କର୍ମ କର୍ତ୍ତା ମାନେ ଯୋଗ ଦେଇ ଥିବା ବେଳ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଯେମନ୍ତ ପୋଡ଼, ସମ୍ମାନିତ ଅତିଥି ଭାବେ କୃଷି ଅଧିକାରିଣୀ ଙ୍କ ସହ ପଞ୍ଚାୟତ ଅଧିକାରୀ, କୃଷକ ସାଥୀ, କୃଷି ମିତ୍ର ଓ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ପୁରୁଷ ଓ ମହିଳା ଚାଷୀ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






