ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ,

ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ,
ରାୟଗଡା ଶୁଭମ ବାର୍ତ୍ତା :-ରାୟଗଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି l ପୂର୍ବାହ୍ନ ଉଦ୍ଘାଟନୀ ଉଚ୍ଚବରେ ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ସନ୍ନମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଗୋଷ୍ଠି ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ରାୟଗଡା ଓ ଗଣେଶ ଶବର ଚନ୍ଦ୍ରପୁର, ରାୟଗଡା ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ର ଵୀଭାଗୀୟ ଅଧିକାରୀ ବଳଦେବ ନାୟକ, ସମଗ୍ର ଶିକ୍ଷାର ସଂଯଜକ ଜ୍ଞାନ ରନ ସାହୁ ପ୍ରଦୀପ କୁ ସାହୁ ଓ ସୁରେନ୍ଦ୍ର କୁମାର ସାଠୁଆ ପ୍ରମୁଖ ମଂଚାସୀନ ଥିଲେ l ମୁଖ୍ୟ ଅଥିତି ଶ୍ରୀନାୟକ ନିଜ ବକ୍ତ୍ୟବ ରେ ପ୍ରବାସୀ ଭାରତୀୟ ଦିବସ ର ମାହାତ୍ମ୍ୟ ବିଷୟରେ ଉଲ୍ଲେଖ କରି ଏହା ଜଗତିକରଣ ପ୍ରକ୍ରିୟା କୁ ଅଭିପ୍ରେରିତ କରିବା ସହ ଶିକ୍ଷା, ବୃତ୍ତି, ଜ୍ଞାନ ଓ ରୋଜଗାର କ୍ଷେତ୍ର ରେ ଉଲ୍ଲେଖ ନିୟ ଅବଦାନ ପ୍ରଦାନ କରିଥାଏ l ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ ସହ ଜୀବନ ଶୈଳୀ ରେ ପରିବର୍ତ୍ତନ ପରିଲକ୍ଷିତ ହୁଏ l ବିଦ୍ୟାଳୟ ସ୍ତରରେ ସଚେତନତl ସୃଷ୍ଟି ନିମନ୍ତେ ପ୍ରଚାର ପ୍ରସାର ପ୍ରସ୍ତୁତି, କୁଇଚ, ପ୍ରବନ୍ଧ ଲିଖନ ଓ ସାଇକେଲ ଚାଳନା ଆଦି ପ୍ରତିଯୋଗିତା ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିଲା ଏଗାର ଗୋଟି ବ୍ଲକ ସ୍ତର ରେ ପ୍ରତିଯୋଗୀ ଏଠାରେ ଅଂଶ ଗ୍ରହଣ କରିଥିବା ସଂଯୋଜକ ଶ୍ରୀ ସାହୁ କହିଛନ୍ତି l ଗୋଷ୍ଠି ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଶିକ୍ଷକ ରାଜେଶ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ l ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଲଷ୍ମୀକାନ୍ତ ମିଶ୍ର, ଦିଲୀପ କୁମାର ହୋତା ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ସହଯୋଗ କରିଥିଲେ l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






