ଖମାର ହଳଦୀ ଗ୍ରାମର ଶ୍ରୀଯୁକ୍ତ ବିଶ୍ବମ୍ବର ନିଆଲ ଙ୍କ ପରଲୋକ

ଧର୍ମଗଡ ୨୫/୦୯/ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ )। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ଖମ।ରହଳଦୀ ଗ୍ରାମର ଶ୍ରୀଯୁକ୍ତ ବିଶ୍ବମ୍ବର ନିଆଲ ଙ୍କ ପରଲୋକ ହୋଇ ଯାଇଛି । ଶ୍ରୀ ନିଆଲ ରାଜସ୍ବ ବିଭାଗ ରେ କର୍ମଚାରୀ ରୂପେ କାର୍ଯ୍ୟ କରି ଦୁଇ ବର୍ଷ ପୂର୍ବରୁ ଚାକିରି ରୁ ଅବସର ଗ୍ରହଣ କରିଥିଲେ। ଅବସର ପରେ ପରେ ତାଙ୍କ ଦେହ ଅସୁସ୍ଥତା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ। ଆଜି ସନ୍ଧ୍ୟା ଘ ୭:୩୦ ସମୟରେ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟ।ଭାଷୀ, ଦରଦି ମଣିଷ ରୁପେ ପରିଚୟ ଥିଲେ । ତାଙ୍କର ଏହି ବିୟୋଗ ରେ ଗ୍ରାମବାସୀ ତଥା ଅଂଚଳର ଶୁଭ ଚିନ୍ତକ ମହଲରେ ଶୋକର ଛାୟା ଖେଳି ଯାଇଛି।
What's Your Reaction?






