ସମୟ ଲାଇଭ ପକ୍ଷରୁ ପ୍ରାକ୍ ସ୍ଵାଧୀନତା ଦିବସ ପାଳିତ ,

Aug 12, 2024 - 19:30
 0  68
ସମୟ ଲାଇଭ ପକ୍ଷରୁ ପ୍ରାକ୍ ସ୍ଵାଧୀନତା ଦିବସ ପାଳିତ ,

 ସମୟ ଲାଇଭ ପକ୍ଷରୁ ପ୍ରାକ୍ ସ୍ଵାଧୀନତା ଦିବସ ପାଳିତ , 

 ଶୁଭମ ବାର୍ତ୍ତା :- ଓଡ଼ିଶାର ଜଣା ଶୁଣା ଗଣମାଧ୍ୟମ ସମୟ ଲାଇଭ ପକ୍ଷରୁ ସ୍ଵାଧୀନତା ଦିବସ ପୂର୍ବରୁ ପ୍ରାକ୍ ସ୍ଵାଧୀନତା ଦିବସ ଭୁବନେଶ୍ଵର ସ୍ଥିତ ଓଡ଼ିଶା ଭବନ ଠାରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବ ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ନର୍ଲା ପ୍ରେସ କ୍ଲବ୍ ର ସଭାପତି ଦୀପକ୍ ଠାକୁର୍ ଙ୍କୁ ପୁରୁଣା ଓ ପୁରୁଖା ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା ।ଏହି ଖବର ପାଇବା ମାତ୍ରେ ନର୍ଲା ପ୍ରେସ କ୍ଲବ୍ ର ସମସ୍ତ ଙ୍କ ମନରେ ଉତ୍ସାହ ଖେଳି ଯାଇଛି। ତତ୍ ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଠାକୁର୍ ଙ୍କ ଉତ୍ତରୋତ୍ତର କାମନା କରାଯାଇଛି ସମୟ ଲାଇଭ ର ସମ୍ପାଦକ ପପୁ ମହାନ୍ତି ଙ୍କ ଅଧକ୍ଷତା ରେ ଆୟୋଜିତ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଭାବେ ଜଣା ଶୁଣା ସମାଜ୍ ସେବୀ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାସଭାର ବାଚସ୍ପତି ସୁରମା ପାଢୀ,ଓ ସମ୍ମାନିତ ଅତିଥି ଓଡ଼ଶାର ଆଇନ୍ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତେକ୍ ଜିଲ୍ଲା ର ଜିଲ୍ଲା ପ୍ରତିନିଧି,ଓ ବ୍ଲକ୍ ପ୍ରତିନିଧି ମାନେ ଯୋଗ ଦେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ବଛା ବଛା ସାମ୍ବାଦିକ ଙ୍କୁ ପୁରୁଣା ଓ ପୁରୁଖା ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି  ଜଗତ ରାମ୍ ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow