୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଓ ହରିଜନ ମାନଙ୍କ ଭାରତ ବନ୍ଦ୍ କୁ ସମର୍ଥନ କରିବାକୁ ନର୍ଲା ଆଦିବାସୀ ଓ ହରିଜନ ସଂଘ ର ପ୍ରସ୍ତୁତି ବୈଠକ,

୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଓ ହରିଜନ ମାନଙ୍କ ଭାରତ ବନ୍ଦ୍ କୁ ସମର୍ଥନ କରିବାକୁ ନର୍ଲା ଆଦିବାସୀ ଓ ହରିଜନ ସଂଘର ପ୍ରସ୍ତୁତି ବୈଠକ,
ନର୍ଲା ଶୁଭମ ବାର୍ତ୍ତା :- ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ସୁପ୍ରିମ କୋର୍ଟ ଏହି କୋର୍ଟରେ କେବେ ମଧ୍ୟ କୌଣସି ଦଳୀୟ ଚାପ, କିମ୍ବା ଜାତି ଭିତ୍ତିକ ଚାପ କିମ୍ବା ଦ୍ୱେଷ ଅନୁଯାୟୀ ରାୟ ପ୍ରକାଶ୍ ପାଏ ନାହିଁ ସବୁବେଳେ ସମାଜର ହିତ ପାଇଁ ରାୟ ପ୍ରକାଶ ପାଇଥାଏ,ସେଥିପାଇଁ ଆମ ଦେଶ ରେ ବସ ବାସ କରୁଥିବା ୧୪୦ କୋଟି ଲୋକେ ସୁପ୍ରିମ କୋର୍ଟର ରାୟକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି।ଚଳିତ ମାସ ୧ ତାରିଖ ରେ ସୁପ୍ରିମ କୋର୍ଟ ରେ ଏକ ରାୟ ପ୍ରକାଶ ପାଇଛି, ଏହି ରାୟ ଅନୁସାରେ ଆଦିବାସୀ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ଆର୍ଥିକ ଭିତ୍ତିକ ସଂରକ୍ଷଣ ଭାବରେ ରାୟ ପ୍ରକାଶ କରି ପ୍ରତ୍ୟେକ ରାଜ୍ୟ ରେ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ଆଦିବାସୀ ହରିଜନ ମାନଙ୍କ ପରିବାର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥିବ ସେମାନଙ୍କୁ ଜାତି ଭିତ୍ତିକ ସଂରକ୍ଷଣ ନଦେଇ ଯେଉଁ ଆଦିବାସୀ ହରିଜନ ମାନଙ୍କ ପରିବାର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନାହି ସେମାନଙ୍କୁ ସଂରକ୍ଷଣ ଦିଆ ଯିବ ବୋଲି ସୁପ୍ରିମ କୋର୍ଟରେ ରାୟ ପ୍ରକାଶ ପାଇଛି।ଏହି ରାୟ କୁ ବିରୋଧ କରି ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ହରିଜନ ମାନଙ୍କ ଭାରତ ବନ୍ଦ୍ ଡାକରାକୁ ସଫଳ କରିବା ପାଇଁ ଆଜି ନର୍ଲା ରେ ଥିବା ଆଦିବାସୀ ସଂଘ କାର୍ଯ୍ୟଳୟରେ ନର୍ଲା ଅଞ୍ଚଳର ବିଭିନ୍ନ ଆଦିବାସୀ ସଂଘ ଓ ହରିଜନ ସଂଘ ମିଳିତ ଭାବରେ ଏକ ପ୍ରସ୍ତୁତି ବୈଠକ ର ଆୟୋଜନ କରିଥିଲେ।ଉକ୍ତ ବୈଠକରେ ଆଦିବାସୀ ସଂଘ ର ସଭାପତି ହରିଶଙ୍କର ମାଝୀ, ସମ୍ପାଦକ ଦେବରାଜ୍ ମାଝୀ, ଉପ ସଭାପତି କିଶୋର ମାଝୀ , ମାୟାଧର ମାଝୀ, ଝସ୍ କେତନ୍ ମାଝୀ, ଅନ୍ତରାମ୍ ମାଝୀ, ଗୋବର୍ଦ୍ଧନ ମାଝୀ, ଦକ୍ଷରାଜ୍ ମାଝୀ, କ୍ଷିତିଶ ଚନ୍ଦ୍ର ମାଝୀ, ବିଘ୍ନ ରାଜ୍ ମାଝୀ, ଡିଙ୍ଗର ମାଝୀ, କୈଳାଶ ମାଝୀ ପ୍ରମୁଖ ଥିବା ବେଳେ ଅଲ ଇଣ୍ଡିଆ ସିଡୁଲ କାଷ୍ଟ ଫେଡେରେସନର ନର୍ଲା ବ୍ଲକ୍ସଭାପତି ରଘୁନାଥ ଦିପ୍ ସମ୍ପାଦକ ଜୟ ବିଭାର୍, ଉପଦେଷ୍ଟା ଧରମ୍ କୁମାର୍ ତାଣ୍ଡି, ବରୁଣ ନାଏକ, ଅଭୟ ନାଏକ, ଉପସ୍ଥିତ ଥିଲେ,
କଳାହାଣ୍ଡି ରୁ ଜଗତ ରାମ ସାହୁ ସହ ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?






