ପିଜି ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା କୁ ନେଇ ନର୍ଲା ଗୋଷ୍ଟି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାଣ୍ଡେଲ ମାର୍ଚ୍ଚ ।

ପିଜି ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା କୁ ନେଇ ନର୍ଲା ଗୋଷ୍ଟି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାଣ୍ଡେଲ ମାର୍ଚ୍ଚ ।
ନର୍ଲା ଶୁଭମ ବାର୍ତ୍ତା :- ଗତ କିଛି ଦିନ ତଳେ ପଶ୍ଚିମବଙ୍ଗ ରାଜ୍ୟରେ ଜଣେ ପିଜି ଛାତ୍ରୀ ଡ଼ା.ମୋମିତା ଦେବନାଥ ଙ୍କୁ କେତେଜଣ ଦୁର୍ବୃତ୍ତ ମାନେ ଦୁଷ୍କର୍ମ ଓ ହତ୍ୟା କରି ପିଙ୍ଗି ଦେଇଥିବା ଏକ ଜଘନ୍ୟ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତ ମାନେ ବେଧଡକ ଭାବେ ଫେରାର ହୋଇଥିବା ସହିତ ପଶ୍ଚିମ ବଙ୍ଗ ରାଜ୍ୟର ପୋଲିସ ହାତ ଖାଲି ପଡ଼ିଛି। ଏହାର ନ୍ୟାୟ ପ୍ରଦାନ ଦାବୀ ରେ ଶନିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅକ୍ଷୟ ଗୋଛାୟତ ଙ୍କ ନେତୃତ୍ୱରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ପଦପଦବୀ ରେ କାର୍ଯ୍ୟରତ ଅଧିକାରୀ ତଥା ଷ୍ଟାଫ୍ ପକ୍ଷରୁ ଏକ କ୍ୟାଣ୍ଡେଲ ମାର୍ଚ୍ଚ ଅୟୋଜନ କରାଯାଇଥିଲା।
ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






