ବୋର୍ଡ଼ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଦାବି ପ୍ରସଙ୍ଗ ୩୬ ଘଣ୍ଟା ବିତିଲା ଆମରଣ ଅନଶନ,

ବୋର୍ଡ଼ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଦାବି ପ୍ରସଙ୍ଗ
୩୬ ଘଣ୍ଟା ବିତିଲା ଆମରଣ ଅନଶନ,
ରାୟଗଡା ରୁ ଶୁଭମ ବାର୍ତ୍ତା :-ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପ୍ରସଙ୍ଗ ଆମରଣ ଅନଶନରେ ସେଚ୍ଛାସେବି ରଞ୍ଜନ ସ୍ବାଇଁ।୩୬ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦେଖାନାହିଁ। ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁସାରେ ୫ କିଲୋମିଟର ଦୁରତା ମଧ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ହେବା ନିୟମ ରହିଛି। ହେଲେ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଟ୍ରିକ ଛାତ୍ର ଛାତ୍ରୀ ମାନେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ ମୁନିଗୁଡା ୨୫ କିଲୋମିଟର ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି। ଉକ୍ତ ବିଷୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ସୁଦ୍ଧା ପ୍ରଶାସନର ଦୃଷ୍ଟି ପଡୁନି। ଯେଉଁ କାରଣରୁ ଗତ ରବିବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ସ୍ବେଚ୍ଛାସେବୀ। ଆମରଣ ଅନଶନ ଆଜି ଦୁଇ ଦିନରେ ପହଞ୍ଚିଥିବା ବେଳେ ଦୀର୍ଘ ୩୬ ଘଣ୍ଟା ବିତିଗଲାଣି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳି ନାହିଁ। ଗତ କାଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୀପକ ବେହେରା ଓ ମୁନିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ରାଓ,ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଉକ୍ତ ସ୍ଥାନରେ ପହଞ୍ଚି ଅନଶନକାରିଙ୍କୁ ବୁଝା ସୂଝା କରିଥିଲେ ସୁଦ୍ଧା ଅନଶନ କରି ସମାଜସେବୀ ରଞ୍ଜନ ସ୍ବାଇଁ ତାଙ୍କର ଅନଶନ ଜାରି ରଖିଥିବା ବେଳେ ଆଜି ମୁନିଗୁଡା ଅତିରିକ୍ତ ତହସିଲଦାର,ଏଇଇ ଐଶ୍ୱର୍ଯ୍ୟ ଭଞ୍ଜ ଦେବ, ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ପହଞ୍ଚି ବୁଝା ସୁଝା କରିଥିଲେ ସୁଦ୍ଧା ଅନଶନ କାରି ତାଙ୍କ ଜିଦ୍ ରେ ଅଟଳ ରହି ଅନଶନ ଜାରି ରଖିଛନ୍ତି। ଏହି ଆମରଣ ଅନଶନକୁ ବିଭିନ୍ନ ରାଜନୈତିକ ଦଳ,ଅଭିଭାବକ,ବିଭିନ୍ନ ପଞ୍ଚାୟତ ର ସରପଞ୍ଚଙ୍କ ସମେତ ଅଞ୍ଚଳ ବାସୀ ସମର୍ଥନ ଜଣାଇ ଆସୁ ଥିବା ବେଳେ ଆଜି ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ସମର୍ଥନ କରିଥିବା ଦେଖୀବାକୁ ମିଳିଛି।ଅମ୍ୱାଦଳା ମେଡିକାଲ ଟିମ ପ୍ରତ୍ୟେକ ସମୟରେ ଅନଶନକାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ତେବେ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବୋର୍ଡ଼ ପରୀକ୍ଷା କେନ୍ଦ୍ର ୫ କିଲୋମିଟର ଦୂରରେ ନିଶ୍ଚିନ୍ତ କରିବା କୌଣସି ଲିଖିତ ପ୍ରତିଶ୍ରୁତି ନମିଲିଛି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସାମାଜିକ କର୍ମୀ ରଞ୍ଜନ ସ୍ବାଇଁଙ୍କ ଠାରୁ ସୂଚନା ମିଳିଛି।
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






