ଅମଲାଭବନ ଠାରେ ଅନ୍ତରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ,

Apr 1, 2025 - 21:01
 0  70
ଅମଲାଭବନ ଠାରେ ଅନ୍ତରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ,

ଅମଲାଭବନ ଠାରେ ଅନ୍ତରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ 

ଶୁଭମ ବାର୍ତ୍ତା :- ଆଜି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ଅମଲାଭବନ ଠାରେ ଡିଏସ୍ଏସ୍ଓ ଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ର ସମସ୍ତ କିନ୍ନର ମାନଙ୍କୁ ନେଇ ଅନ୍ତରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏସ୍ଏସ୍ଓ, ଭବାନୀପାଟଣା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର କିନ୍ନର ସଂଘ ର ସଭାନେତ୍ରୀ କାମିନୀ କିନ୍ନର୍ ,ଏଞ୍ଜୀଓ ର ଲୋକ ସେବକ ଅଜିତ୍ କୁମାର୍ ମହାନ୍ତି, ଦାପ୍ତା ପ୍ରୋଜେକ୍ଟ ମ୍ୟାନେଜର ରାକେଶ ନାଏକ , ଵୁଲ୍ ବୁଲ୍ କିନ୍ନର, ସପନ୍ କୁମାର୍ ବେହେରା ଉପସ୍ଥିତ ଥିଲେ ।ଉକ୍ତ ସଭା ରେ କିନ୍ନର ମାନଙ୍କର ଅଧିକାର ଉପରେ ଆଲୋଚନା କରାଗଲା ଓ କିନ୍ନର ମାନେ ମଧ୍ୟ କିଛି କଥା ଡି,ଏସ୍ଏସ୍ଓ ଙ୍କୁ କହିଥିଲେ, ଜିଲ୍ଲା ପ୍ରାଶାସନ କିନ୍ନର ମାନଙ୍କୁ କିଛି ରୋଜଗାର ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ଓ କଳାକାର କିନ୍ନର ମାନଙ୍କୁ ବି କଳାହାଣ୍ଡି ଉତ୍ସବ ରେ ସୁଯୋଗ ଦିଅନ୍ତୁ ବୋଲି କହିବା ସହିତ ସେମାନଙ୍କୁ ମଧ୍ୟ ମୌଲିକ ଅଧିକାର ରେ ସମସ୍ତ କିନ୍ନର ଙ୍କୁ ସହାୟତା ମିଲୁ ବୋଲି କଳାହାଣ୍ଡି କିନ୍ନର ସଙ୍ଘ ର ସଭାନେତ୍ରୀ କାମିନୀ କିନ୍ନର କହିଥିଲେ । ଡିଏସ୍ଏସ୍ଓ ଙ୍କ ନେତୃତ୍ଵରେ କିଛି କିନ୍ନର ଙ୍କୁ ,ଟିଜି,ଆଇଡି କାର୍ଡ ବଣ୍ଟନ କରାଯାଇଥିଲା ।ସଭାଟି ବିଶେଷ ଭାବରେ ଡି ଏସ୍ ଏସ୍ ଓ ର ଜୁନିଅର୍ ଆସିଷ୍ଟାଣ୍ଟ ଅରୁଣ ମହାପାତ୍ର ଓ ସୁଜିତ୍ କୁମାର୍ ସାହୁ ଙ୍କ ସହଯୋଗ ରେ ସାଫଲ୍ୟ ମଣ୍ଡିତ ହୋଇ ଥିଲା।

    ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow