ନର୍ଲା ହାଇସ୍କୁଲ ପଡ଼ିଆରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ,

Jan 26, 2025 - 12:49
Jan 26, 2025 - 12:52
 0  94
ନର୍ଲା ହାଇସ୍କୁଲ ପଡ଼ିଆରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ,

 ନର୍ଲା ହାଇସ୍କୁଲ ପଡ଼ିଆରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ,

ଶୁଭମ ବାର୍ତ୍ତା :- ସାରା ଦେଶରେ ଆନନ୍ଦ ଉଲ୍ଲାସ ର ସହିତ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡ଼ିଆରେ ମଧ୍ୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ନର୍ଲା ବିଡ଼ିଓ ବିପିନ୍ ବିହାରୀ ଦୀପ୍ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିବା ବେଳେ, ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ନର୍ଲା ସହର ର ୧୨ ଗୋଟି ଶିକ୍ଷ୍ୟା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ୟାରେଡ୍ ସହ ଅଭିବାଦନ ଜଣେଇ ଥିବା ଦେଖିବାକୁ ମିଳିଥିଲା।ସାଧାରଣ ତନ୍ତ୍ର ଦିବସ ଅବସର ରେ ଶିକ୍ଷାନୁଷ୍ଠାନ ଗୁଡିକରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା । ପଡ଼ିଆ ରେ ପ୍ୟାରେଡ୍ ଦେଖିବାକୁ ନର୍ଲା ଅଞ୍ଚଳ ଶହ ଶହ ଲୋକ ଙ୍କ ସମାଗମ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ, ସ୍ଥାନୀୟ ପୋଲିସ୍,ସ୍କୁଲ୍ କଲେଜ୍ ର ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବୀ ସାମ୍ବାଦିକ ଉପସ୍ଥିତ ଥିଲେ ।

   ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow