ସମାପନ ହେଲା ନର୍ଲା ରେ ହେଉ ଥିବା ନବଦିନାତ୍ମକ ଚୈତ୍ରପର୍ବ ,

ସମାପନ ହେଲା ନର୍ଲା ରେ ହେଉ ଥିବା ନବଦିନାତ୍ମକ ଚୈତ୍ରପର୍ବ
ନର୍ଲା ଶୁଭମ ବାର୍ତ୍ତା :- କଥା ରେ ଅଛି ବିଶ୍ୱାସ ରେ ହିଁ ଭଗବାନ୍, ହିନ୍ଦୁ ଧର୍ମ ଅନୁସାରେ ତେତିଶି କୋଟି ଦେଦା ଦେବୀ ଙ୍କୁ ପୂଜା ଓ ଆରାଧନା କରିଥାଏ ମଣିଷ।ବିଭିନ୍ନ ଅଞ୍ଚଳ ସହିତ ଜାତି ଓ ସମ୍ପ୍ରଦାୟ ହିସାବରେ ଭିନ୍ନ ଭିନ୍ନ ଦେବା ଦେବୀ ଙ୍କୁ ପୂଜା କରିଥାଆନ୍ତି ଲୋକେ । ଚୈତ୍ର ମାସ ରେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳ ସହିତ ବିଭିନ୍ନ ସ୍ଥାନରେ ଗାଁ ର ଇଷ୍ଟ ଦେବୀ ଙ୍କୁ ପୂଜା କରୁଥିବା ପରମ୍ପରା ଆବାହନ କାଳରୁ ଚାଲି ଆସିଛି।ଠିକ୍ ସେହି ଭଳି ନର୍ଲା ସହର ରେ ମଧ୍ୟ ନଅ ଦିନ ଧରି ଗାଁ ର ଇଷ୍ଟ ଦେବୀ ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଯାତ୍ରା ପାଇଁ ପ୍ରତିବର୍ଷ ଭବାନୀପାଟଣା ର ରାଜା ଘରୁ ଆଜ୍ଞା ମାଳ ସହିତ ଘଣ୍ଟ ଯାତ୍ରା ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆ ଜାଇ ଥାଏ। ଏହି ଘଣ୍ଟ ଯାତ୍ରା ର ପ୍ରାରମ୍ଭ ହୋଇ ଥାଏ ଗାଁ ର ଗୌନ୍ତିଆ ଙ୍କ ଘରୁ । ସେଥି ପାଇଁ ଗାଁ ର ପୂଜକ ଗୌନ୍ତିଆ ଙ୍କ ଘରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି। ପ୍ରଥମ ଦିନ ରେ ଗୌନ୍ତିଆ ଙ୍କ ଘରୁ କଳସ ରେ ଧାନ ଓ ଚାଉଳ ଭର୍ତି କରି ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି ସେଥିପାଇଁ ଚଳିତ ବର୍ଷ ନର୍ଲା ଗୌନ୍ତିଆ ପୁରୁଷୋତ୍ତମ ଚାନ୍ଦ୍ ଙ୍କ ନାତି କିଶୋର୍ ଚାନ୍ଦ୍ ଉକ୍ତ ଘଣ୍ଟ ଯାତ୍ରା ପାଇଁ କଳସ ପୂଜା କରିଥିଲେ । ଏହି ଯାତ୍ରା ରେ ପୂଜକ ନିଜ ମୁଣ୍ଡ ରେ କଳସୀ ରୁପି ଘଣ୍ଟ କୁ ବୋହି ସହର ର ପ୍ରତ୍ୟେକ ସାହି ର ଘର ଘର ଜାଇ ଥିଲେ,ଲୋକେ ଶ୍ରଦ୍ଧା ର ସହିତ ମାଁ ଙ୍କୁ ପଲ୍ଳାସ ଫୁଲ ର ମାଲା ଅର୍ପଣ ସହିତ ପୂଜା ଅର୍ଚ୍ଚନା କରି ତାଙ୍କ ଆଶ୍ରିବଦ କାମନା କରିଥିଲେ।ମଧ୍ୟ ରାତ୍ର ପର୍ଯ୍ୟଂତ ପୂଜାର୍ଚ୍ଚନା ପରେ ସମାପନ ହୋଇଛି ନର୍ଲାରେ ହେଉ ଥିବା ମାଁ ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟ ଯାତ୍ରା ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






