ଶୁଖିଲା ପଡିଛି ସାନ୍ଦୁଲ୍ ନଦୀ, ଚିନ୍ତା ରେ ନଈ କୂଳିଆ ଅଞ୍ଚଳ ବାସୀ,

ଶୁଖିଲା ପଡିଛି ସାନ୍ଦୁଲ୍ ନଦୀ, ଚିନ୍ତା ରେ ନଈ କୂଳିଆ ଅଞ୍ଚଳ ବାସୀ
ଶୁଭମ ବାର୍ତ୍ତା :- ନର୍ଲା ସହର କଡ ରେ ବହି ଯାଇଛି ଖରସ୍ରୋତା ସାନ୍ଦୁଲ୍ ନଦୀ,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ର ବଣ ପାହାଡ ରୁ ଉତ୍ପତ୍ତି ହୋଇ ଥିବା ଏହି ନଈ ରେ ବର୍ଷା ଦିନ ପାଣି ଭର୍ତ୍ତି ହୋଇ ବହି ଥାଏ କିନ୍ତୁ ପ୍ରତିବର୍ଷ ଖରାଦିନ ଶେଷ ପର୍ଯ୍ୟନ୍ତ ଏହି ନଈ ରେ ପାଣି ବହୁ ଥିବା ବେଳେ ଚଳିତ ବର୍ଷ ବୈଶାଖ ମାସ ପୂର୍ବରୁ ସ୍ରୋତ ସୁଖିଯାଇଥିବା ଦେଖିବାକୁ ମିଳିଛି। ଏହି ନଦୀ ନର୍ଲା ନିର୍ବାଚନ ମଣ୍ଡଳୀ ର ଜୀବନ ରେଖା ସଦୃଶ, କାରଣ ନଈ କୂଳିଆ ଅଞ୍ଚଳ ବାସୀ ଉଠା ଜଳସେଚନ ମାଧ୍ୟମ ରେ ଧାନ ଚାଷ ସହିତ ସୂର୍ଯ୍ୟମୁଖୀ,ଚିନାବାଦାମ ଭଳି ବିଭିନ୍ନ ଚାଷ କରି ଲାଭବାନ୍ ହୋଇଥାନ୍ତି କିନ୍ତୁ କିଛି ବର୍ଷ ହେଲା ସ୍ୱଳ୍ପ ବୃଷ୍ଟି ସହିତ ନଈର ବାଲି କୁ ବେଆଇନ୍ ଭାବେ ଚୋରୀ କରିବା ଫଳରେ ବାଲିଶୂନ୍ୟ ହୋଇ ସ୍ରୋତ ସୁଖିଯାଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ। ଉକ୍ତ ନଈ କୁଳ ରେ ଉପର ମୁଣ୍ଡ ରୁ ତଳ ମୁଣ୍ଡ ଯାଏ ଶତାଧିକ ପାଣି ଟାଙ୍କି ଉପରେ ନିର୍ଭର କରୁଥିବା ଲୋକେ ଚିନ୍ତାରେ ପଡିଛନ୍ତି । ଖରାଦିନ ସରିବାକୁ ଆହୁରି ଦୁଇ ମାସ ରୁ ଅଧିକ ବାକି ଥିବା ବେଳେ ପିଇବା ପାଣି ପାଇଁ ମଧ୍ୟ ସଙ୍କଟ ଦେଖା ଦେଇଛି । ନଈ ର ସ୍ରୋତ ବନ୍ଦ୍ ହେବା ଯୋଗୁଁ ନଈ କୂଳିଆ ଗ୍ରାମବାସୀ ଆଡ଼ି ବନ୍ଧ କରି ଗାଧୋଉ ଥିବା ନଜର କୁ ଆସିଛି।ଆଗକୁ ପାନୀୟ ଜଳ ସହିତ ଗାଈ ଗୋରୁ ମଧ୍ୟ ପାଣି ପାଇବାରୁ ରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନଈ କୂଳିଆ ଅଞ୍ଚଳ ବାସୀ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






