ଗରିବ ଲୋକଙ୍କ ପାଇଁ ହାତ ବଢ଼ାଇଲା ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର,

Dec 22, 2024 - 21:32
 0  108
ଗରିବ ଲୋକଙ୍କ ପାଇଁ ହାତ ବଢ଼ାଇଲା ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର,

ଗରିବ ଲୋକଙ୍କ ପାଇଁ ହାତ ବଢ଼ାଇଲା ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର 

ଶୁଭମ ବାର୍ତ୍ତା :- ଗୋଟିଏ ପଟେ ସମସ୍ତେ ଶୀତ ଋତୁ କୁ ଉପଭୋଗ ର ଋତୁ ମଣୀ ଉପଭୋଗ କରୁଥିବା ବେଳେ ଅନ୍ୟ ପଟେ ସମାଜରେ ଏମିତି ବି କିଛି ମଣିଷ ଅଛନ୍ତି ଯାହା ପାଇଁ ଶୀତ ଋତୁ ସାଜିଥାଏ ଅଭିଶାପର ଋତୁ। ଶୀତୁଆ ପବନ କେବଳ ସେମାନଙ୍କ ଦେହ କୁ ଥରାଏ ତାହା ନୁହେଁ ସେମାନଙ୍କ ମୌଳିକ ଅକ୍ଷମତାକୁ ବାରମ୍ବାର ମନେ ପକାଇ , ରାତିର ନିଦ ହଜାଇ ସେମାନଙ୍କୁ ସାମାଜିକ ସ୍ରୋତରୁ ପଛୁଆ କରି ପକାଏ। ସେଭଳି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସେଭଳି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉଛି କଳାହାଣ୍ଡି ଜିଲ୍ଲାର ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍। ଆଜି ଉକ୍ତ ଅନୁଷ୍ଠାନ ତରଫରୁ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମ୍ ପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ଓ ଅନାଥ ଶିଶୁ ମାନଙ୍କୁ ସ୍ଵେଟର୍ ସହିତ ଡ୍ରେସ୍ ବଣ୍ଟନ କରି ସମସ୍ତ ଙ୍କ ପାଇଁ ଉଦାହରଣ ସାଜିଛନ୍ତି।ଏହି ଅନୁଷ୍ଠାନ ତରଫରୁ ୨୦୦ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ଓ ୧୨ ଜଣ ଅନାଥ ଙ୍କୁ ସ୍ୱେଟର ସହିତ ଡ୍ରେସ୍ ବଣ୍ଟନ କରାଯାଇଛି। ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଉମାକାନ୍ତ ଶୁନାନୀ, କାର୍ଯ୍ୟକାରୀ ସଭାପତି ସଂଗ୍ରାମ୍ କମପାନ, ଉପ ସଭାପତି ଭୋଲାଶଙ୍କର ପାତ୍ର, ସମ୍ପାଦକ ରୀଙ୍କୁ ମଙ୍ଗରାଜ୍, କୋଷାଧ୍ୟକ୍ଷ ରମେଶ ସାଗର, ସହ ସମ୍ପାଦକ ରୋହିତ ବାଗ , ଧର୍ମଗଡ ବିଜ୍ଞାପିତ ପରିଷଦ ଟିମ୍ ର ସଭାପତି ସୁମିତ୍ ଖମାରୀ, ସଂଯୋଜକ ପ୍ରଦୀପ ସେଠୀଆ, ତ୍ରିନାଥ ରଣା ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow