ସାମ୍ବାଦିକଙ୍କ ମାତୃ ବିୟୋଗ l

ସାମ୍ବାଦିକଙ୍କ ମାତୃ ବିୟୋଗ l
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲାର କାର୍ଯ୍ୟରତ ସାମ୍ବାଦିକ ଜଗତରାମ ସାହୁଙ୍କ ମା ଯମୁନା ସାହୁ (୭୪) ବୟସରେ ନିଜ ବାସଭବନ ରେ ପରଲୋକ ହୋଇଯାଇଛି l ଶ୍ରୀମତି ସାହୁ ଗତକିଛି ଦିନ ହେବ ଯକୃତ ସଂକ୍ରମଣ ହୋଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ନିଜ ବାସଭବନ ନିକଟରେ ଥିବା ଚାଷ ଜମିରେ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଥିବା ବେଳେ ବଡ଼ପୁଅ ରଘୁମଣି ସାହୁ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଜଗତରାମ ସାହୁ ଗୋଡ଼ ପଟେ ଅଗ୍ନି ସଂଯୋଗକରି ମାଁ ଙ୍କୁ ଶେଷ ବିଦାୟ ଦେଇ ଥିଲେ l ମୃତ୍ୟୁ ଖବର ପ୍ରସାର ହେବାପରେ ନର୍ଲା ପ୍ରେସ ଆସୋସିଏସନର ସମସ୍ତ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି,
ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






