ନର୍ଲା ବ୍ଲକ୍ ରେ ଫେଲ୍ ମାରିଛି ରାଜ୍ୟ ସରକାର ଙ୍କ ଆଳୁ ମିଶନ,

Dec 19, 2024 - 12:51
 0  85
ନର୍ଲା ବ୍ଲକ୍ ରେ ଫେଲ୍ ମାରିଛି ରାଜ୍ୟ ସରକାର ଙ୍କ ଆଳୁ ମିଶନ,

ଚାଷ କରିବା ବଦଳରେ ୨୦ ଟଙ୍କା ଦର ରେ ବିକ୍ରି ହେଉଛି ଆଳୁ ବିହନ 

ନର୍ଲା ଶୁଭମ ବାର୍ତ୍ତା :- ଆମ ରାଜ୍ୟରେ ଆଳୁ ଉତ୍ପାଦନ କମ୍ ହେଉ ଥିବାରୁ ଆଳୁ ର ଚାହିଦା ହିସାବ ରେ ଖାଉଟି ଙ୍କୁ ଆଳୁ ଯୋଗାଇବା ପାଇଁ ସରକାର ଙ୍କୁ ପ୍ରତିବର୍ଷ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରି ବାକୁ ପଡେ । ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ସହିତ ବ୍ଲକ୍ ଗୁଡ଼ିକ ରେ ଆଳୁ ଚାଷ କରିବା ପାଇଁ ପ୍ରତିବର୍ଷ ଚାଷୀ ମାନଂକୁ ଆଳୁ ବିହନ ଯୋଗାଇ ଥାନ୍ତି।ଚଳିତ ବର୍ଷ ନର୍ଲା ଉଦ୍ୟାନ ବିଭାଗ ତରଫରୁ ୨୫୪ ଜଣ ଚାଷୀ ଙ୍କୁ ଆଳୁ ବିହନ ବଣ୍ଟା ଯାଇ ଥିବା ବେଳେ ପ୍ରାୟ ୩୦ ହେକ୍ଟର ଜମିରେ ଆଳୁ ବିହନ ରୋପଣ ଶେଷ ହୋଇଥିବା କଥା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ଚାଷୀ ଆଳୁ ଚାଷ କରିଥିବା ବେଳେ ପ୍ରାୟ ଆଳୁ ବିହନ ୨୦ ଟଙ୍କା ଦର ରେ ବିକ୍ରି ହେଉ ଥିବା ଅଭିଯୋଗ ହେଉଛି।ସରକାର୍ ବଦଳିଛି,ପୁରୁଣା ସରକାର୍ ସମୟରେ ଉଦ୍ୟାନ୍ ବିଭାଗ ଦ୍ଵାରା ବଣ୍ଟା ଯାଉଥିବା ବିଭିନ୍ନ ବିହନ ଚାଷୀ ବଦଳରେ ଅଣ ଚାଷୀ ମାନଙ୍କୁ ବଣ୍ଟା ଯାଉଥିବାରୁ ପ୍ରକୃତ ଚାଷୀ ଆଳୁ ବିହନ ପାଇବାରୁ ବଞ୍ଚିତ ହେଉଛନ୍ତି। ନୂତନ ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକୃତ ଚାଷୀ ଙ୍କୁ ଚିହ୍ନଟ କରି ବିହନ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ୍ କୁମାର୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow