ଚାରବାହାଲକୁ ବ୍ଳକ ଘୋଷଣା ଦାବିରେ ବ୍ଳକ କ୍ରିୟାନୁଷ୍ଠାନ କମିଟିର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ.ଡି.ଏମ୍ ଙ୍କୁ ଦେଲେ ଦାବିପତ୍ର ।

ଚାରବାହାଲକୁ ବ୍ଳକ ଘୋଷଣା ଦାବିରେ ବ୍ଳକ କ୍ରିୟାନୁଷ୍ଠାନ କମିଟିର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ.ଡି.ଏମ୍ ଙ୍କୁ ଦେଲେ ଦାବିପତ୍ର ।
କଳାହାଣ୍ଡି,ଶୁଭମ ବାର୍ତ୍ତା :- ୧୧/୦୨ (ଜଗନ୍ନଥ ନାଏକ) : ରାଜ୍ୟ ସରକାର ନୂତନ ପଞ୍ଚାୟତ ଓ ନୂତନ ବ୍ଳକ ଗଠନକୁ ମାର୍ଚ୍ଚ ମାସ ଶେଷରେ ଚୂଡାନ୍ତ ନିଷ୍ପତ୍ତି ନେଉଥିବା ସରକାର ଗଣମାଧ୍ୟମରେ ପ୍ରକାଶ କରିବା ପରେ ବହୁଦିନରୁ ଆଶା ବାନ୍ଧିଥିବା କଳାହାଣ୍ଡି ଜିଲ୍ଲାର ବଡ ପହିଲିପାର ରାଜଧାନୀ ଭାବେ ପରିଚିତ ଚାରବାହାଲ ପଞ୍ଚାୟତର ଗ୍ରାମବାସୀ ଏବେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଓଡ଼ିଶାର ଭୂତପୂର୍ବ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ଚାରବାହାଲ ଠାରେ ବ୍ଳକ ଗଠନ ପାଇଁ ଦାବୀ ହେଇ ଆସିଛି। କିନ୍ତୁ ଏହା ଉପରେ ପରବର୍ତ୍ତୀ ସରକାର ମାନେ ନୂତନ ପଞ୍ଚାୟତ ଗଠନ କରିଥିଲେ ହେଁ ନୂତନ ବ୍ଳକ ଗଠନ ପ୍ରସଙ୍ଗକୁ ଶୀତଳ ଭଣ୍ଡାରରେ ରଖି ଦେଇଥିଲେ। ନୂତନ NAC ତହସିଲ ଗଠନକୁ ଗୁରୁତ୍ଵ ଦେଇଥିଲେ । ବର୍ତ୍ତମାନ ବିଜେପି ଦଳ କ୍ଷମତାକୁ ଆସିବାପରେ ନୂତନ ବ୍ଳକ ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଦୀର୍ଘ ବର୍ଷର ନୀରବତା ପରେ ସରକାରଙ୍କ ନୂତନ ବ୍ଲକ ଘୋଷଣା ପରେ ବହୁ ପ୍ରତୀକ୍ଷିତ ଚାରବାହାଲ ଗ୍ରାମ ପଞ୍ଚାୟତ ବାସୀଙ୍କ ଆଶା ଉଜ୍ଜୀବିତ ହୋଇ ଉଠିଛି । ତେଣୁ ଚାରବାହାଲ ବ୍ଳକ କ୍ରିୟାନୁଷ୍ଠାନ କମିଟି ଚାରବାହାଲ କୁ ଆଗାମୀ ଦିନରେ ରାଜ୍ୟ ସରକାର ବ୍ଳକ ଘୋଷଣା କରିବା ପାଇଁ ଅଗ୍ରାଧିକାର ଦେବାକୁ ୧୧ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରତିନିଧି ଦଳ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ ଦାବିପତ୍ର ଦେଇ ପ୍ରଶାସନିକ ସ୍ତରରେ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଚାରବାହାଲ ଗ୍ରାମ ପଞ୍ଚାୟତଟି ଧର୍ମଗଡ, ଜୁନାଗଡ଼, କଲମପୁର, ଜୟପାଟଣା ଓ କୋକସରା ଠାରୁ ପ୍ରାୟ ୨୦ କିମି ଦୂରତା ବିଶିଷ୍ଟ କେନ୍ଦ୍ର ସ୍ଥଳରେ ଅବସ୍ଥିତ। ଏହା ସହିତ ବ୍ଳକ ଗଠନ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ରହିଛି । ତେଣୁ ଅଞ୍ଚଳ ବାସୀଙ୍କ ଦାବି ଯଥାର୍ଥ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା,ପ୍ରାଣ କିଶୋର ପଣ୍ଡା, ସମାଜସେବୀ ମିନକେତନ ଦଳପତି, ରଜନୀକାନ୍ତ ସମର୍ଲିଆ, ରୁଚେନ ବାଗ, ସାମ୍ବାଦିକ ନିକୁଞ୍ଜ ବିହାରୀ ଚଲାନ, ଆଶିଷ କୁମାର ପଣ୍ଡା, ଚନ୍ଦ୍ରଶେଖର କର, ଭୀଷ୍ମ ଧଙ୍ଗଡାମାଝୀ ପ୍ରମୂଖ ସାମିଲ୍ ଥିଲେ ।
What's Your Reaction?






