କର୍ଲାମୁଣ୍ଡା ବ୍ଲକର ବଜରଙ୍ଗଦଳ ସମାବେଶ,

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗଦଳ ସମାବେଶ
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗଦଳ ର ଏକ ମହା ସମାବେଶ ଦେଖିବାକୁ ମିଳିଥିଲା।ପ୍ରଖଣ୍ତ ସଂଯୋଗ ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାବେଶ ରେ ବଜରଙ୍ଗଦଳ ପକ୍ଷରୁ ହିନ୍ଦୁଧର୍ମ ପ୍ରତି ହେଉଥିବା ବିଭିନ୍ନ ପ୍ରକାର କୁଷ୍ଠାରଘାତ ଓ କିଛି ଅସାମାଜିକ ଯୁବକଙ୍କ ଅଶୋଭନୀୟ ମନ୍ତବ୍ୟ ହିନ୍ଦୁ ଦେବଦେବୀ ମାନଙ୍କୁ ଦେଉଥିବା ରୁ ଆଗାମୀ ଦିନରେ ବଜରଙ୍ଗଦଳ ପ୍ରତିବାଦ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମାବେଶରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମତପ୍ରକାଶ କରିଥିଲେ। ଆୟୋଜିତ ଉକ୍ତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ନିର୍ବାଚିତ ହୋଇଥିବା ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ସମ୍ମାନିତ ଅତିଥି ଯୋରାଡ୍ରବରା ମଣ୍ତଳ ସଭାପତି ଯୋତିଦ୍ର ସାହୁ , କର୍ଲାମୁଣ୍ଡା (କ)ଜୋନ ମଣ୍ତଳ ସଭାପତି ଡୋଳାମଣି ଭୋଇ, ପୂର୍ବତନ ମଣ୍ତଳ ସଭାପତି ସଂଜୟ ଜୈନ, ଚାଷୀ ନେତା ଦୟାନିଧି ସାହୁ, ଅତିଥି ଭାବେ ଯୋଗଦେଇ ହିନ୍ଦୁ ସଂସ୍କୃତି ପରମ୍ପରା କୁ ଆଗେଇ ନେବା ପାଇଁ ବକ୍ତବ୍ୟ ରଖିଥିଲେ। ପରିଶେଷରେ ସମାଜ ସେବୀ ସରୋଜ ସାହୁ ଙ୍କୁ ବଜରଙ୍ଗଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା ଏଥିରେ ଜ୍ୟୋତିରଞ୍ଜନ ପଧାନ, ହିମାଂଶୁ ରଣା ମହେନ୍ଦ୍ର ପ୍ରଧାନୀ,ଚୁନୁ ପଟନାୟକ , ଗୁଣନିଧି ସାହୁ ସୀତାରାମ ରଣା, ରଂଜନ ରଣା,ପ୍ରମୁଖ ସହଯୋଗ କରିଥିଲେ । ସୁଧାଂଶୁ ଶେଖର ସାହୁ ଅତିଥି ପରିଚୟ ଦେବା ସହିତ ଶେଷରେ ସଭାସାଙ୍ଗ କରି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକର ବାରଟି ପଞ୍ଚାୟତ ର ବଜରଙ୍ଗଦଳ କର୍ମକର୍ତ୍ତା ଏବଂ ଭାଜପା ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
What's Your Reaction?






