ଜନ୍ମ ମାଟି କୁ ଫେରିଲା ସି ଆର ପି ଏଫ ଯବାନ ଙ୍କ ମୃତ ଦେହ

Jan 14, 2025 - 12:50
Jan 14, 2025 - 13:03
 0  239
ଜନ୍ମ ମାଟି କୁ ଫେରିଲା ସି ଆର ପି ଏଫ ଯବାନ ଙ୍କ ମୃତ ଦେହ

ଜନ୍ମ ମାଟି କୁ ଫେରିଲା ସି ଆର ପି ଏଫ ଯବାନ ଙ୍କ ମୃତ ଦେହ ! 

ଶୁଭମ ବାର୍ତ୍ତା :- ଶ୍ରୀନଗର ସ୍ଥିତ କୋଇନିଖାନ ୧୬୧ ବାଟାଲିୟନ କାର୍ଯ୍ୟରତ ଥିବା CRPF ଯବାନ ଭାସ୍କର ଜଡା ୩୦ ବର୍ଷୀୟ ଯୁବକ ଙ୍କ ମୃତ ଦେହ ଆଜି ମଙ୍ଗଳବାର ଦିନ ନିଜ ଗାଆଁ ନର୍ଲା ଅର୍ଥାତ୍ ଭିଟାମାଟି କୁ ଫେରିଛି। ସୂଚନା ଯୋଗ୍ୟ ଗତ ୧୨ ତାରିଖ ଦିନ ଅପରାହ୍ନ ତିନିଟା ସମୟରେ ନର୍ଲା ସହରର ଶମ୍ଭୁ ଜଡା ଙ୍କ ବଡ ପୁଅ ଭାସ୍କର ଜଡା CRPF ଯବାନ ଭାବେ ଶ୍ରୀନଗର ୧୬୧ ବାଟାଲିୟନ କାର୍ଯ୍ୟରତ ଥିବା ବେଳେ କୌଣସି କାରଣ ବଶତଃ ନିଜ ସର୍ଭିସ୍ ରାଇଫଲ ଗୁଳିରେ ମୃତ୍ୟୁ ବରଣ କରୁଥିବା ଖବର ପ୍ରସାରଣ ହେବାପରେ କଳାହାଣ୍ଡି ଜିଲ୍ଲା ତଥା ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା , ମୃତ ଯବାନ ଙ୍କ ଶରୀର CRPF ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଶ୍ରୀନଗର ଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଗାଆଁ ମାଟି କୁ ଯବାନ ଙ୍କ ମୃତ ଶରୀର କୁ ସଲାମୀ ଦେଇ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯବାନ ଙ୍କ ଶରୀର କୁ ନର୍ଲା ସହର ପରିକ୍ରମା କରାଯାଇଥିଲା, ଏବଂ ଯବାନଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ସାନ୍ଦୁଲ ନଦୀରେ ହଜାର ହଜାର ଲୋକଙ୍କ ଉପସ୍ଥିତି ରେ ସମ୍ପର୍ଣ୍ଣ କରାଯାଇଛି

       ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow