ନାହିଁ ନାହିଁ ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

Feb 2, 2025 - 07:04
 0  32
ନାହିଁ ନାହିଁ ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

ନାହିଁ ନାହିଁ ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର 

ଶୁଭମ ବାର୍ତ୍ତା :- ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭୂର୍ଟିଗଡ ପଞ୍ଚାୟତ ର ମେର୍ଡୀ କୁପାଗାଁ ରୁ । ରାଜ୍ୟରେ ଅପ ପୃଷ୍ଟି ରୋକିବା ପାଇଁ ରାଜ୍ୟ ସରକାର ,ପରିବାର ଓ ଶିଶୁ କଲ୍ୟାଣ ବିଭାଗ ,ଦ୍ଵାରା ପରିଚାଳିତ ହେଉ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ରେ ପ୍ରସୂତି ଓ ଗର୍ଭବତୀ ମହିଳା ଏବଂ କୁନି କୁନି ପିଲା ଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଇଥାନ୍ତି । ପ୍ରତିଦିନ ଅଙ୍ଗନୱାଡ଼ି ଦିଦି ଉପସ୍ଥିତ ପିଲାଙ୍କ ଅନ୍ତର୍ନିହିତ ବିକାଶ ପାଇଁ ପ୍ରଶିକ୍ଷଣ ଦେବା ସରକାରୀ ନିୟମ ଥିବା ବେଳେ ଅଧିକାଂଶ ସମୟ ଅଙ୍ଗନୱାଡ଼ି ଦିଦି କେନ୍ଦ୍ର ରେ ଅନୁପସ୍ଥିତ ରହୁଥିବା ରୁ କୁନି କୁନି ପିଲା ପ୍ରଶିକ୍ଷଣ ରୁ ବଞ୍ଚିତ ହୋଇ କେବଳ ଭୋଜନ କରି ଘରକୁ ଫେରୁ ଥିବା ପ୍ରକାଶ୍ କରିଛନ୍ତି। ଉକ୍ତ କେନ୍ଦ୍ର ର ପାଚିକା ନିୟମିତ ଉପସ୍ଥିତ ରହି ରୋଷେଇ କରିବା ସହିତ ସମସ୍ତ ଙ୍କୁ ଭୋଜନ ପରଶୁ ଥିବା ବେଳେ ଅଙ୍ଗନୱାଡ଼ି ଦିଦି କିନ୍ତୁ ପ୍ରାୟତଃ ଆସୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏହି ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସାଧାରଣ ରେ ଦାବି ହେଉଛି।

          ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow