ଶିକ୍ଷା ବ୍ୟବସ୍ଥା କୁ ନେଇ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦଙ୍କ ସମୀକ୍ଷା ବୈଠକ l

Feb 17, 2025 - 18:59
 0  13
ଶିକ୍ଷା ବ୍ୟବସ୍ଥା କୁ ନେଇ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦଙ୍କ  ସମୀକ୍ଷା ବୈଠକ l

ଶିକ୍ଷା ବ୍ୟବସ୍ଥା କୁ ନେଇ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦଙ୍କ ସମୀକ୍ଷା ବୈଠକ l 

ଧର୍ମଗଡ ଶୁଭମ ବାର୍ତ୍ତା :- ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡା ନିଜ ଅଞ୍ଚଳରେ କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ତାହାକୁ ଦୃଷ୍ଟିରେ ରଖି ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଧର୍ମଗଡ ଜୋନ ୧ ଜିଲ୍ଲାପରିଷଦ ତଥା ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଗୋପୀନାଥ ମହାନନ୍ଦ ଧର୍ମଗଡ ବ୍ଲକ ରେ ଶିକ୍ଷା ବ୍ୟବସ୍ଥା କୁ ନେଇ ଏକ ବୈଠକ କରିଥିଲେ। କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ, ବିଆରସିସି ଅରୂପାନନ୍ଦ ଭୋଇ, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ପ୍ରେମଲାଲ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଧର୍ମଗଡ ବ୍ଲକ ର ସମସ୍ତ ସିଆରସିସି ଉପସ୍ଥିତ ଥିଲେ । ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ଛାତ୍ର ଛାତ୍ରୀ ଙ୍କ ପୋଷାକ ର ଗୁଣବତ୍ତା, ଠିକ ସମୟରେ ବିଦ୍ୟାଳୟକୁ ଯିବା, ବିଦ୍ୟାଳୟ ଅନୁଦାନର ସୁବ୍ୟବହାର, ଖେଳ ସାମଗ୍ରୀର ସହିତ ତାହାର ଫୋଟୋ ଉଠାଇ ପଠେଇବା,ଆଇ ଏଫ ଏ ବଟିକାର ସାପ୍ତାହିକ ବଣ୍ଟନ,ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଲାପକୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ନିୟମିତ ରିପୋର୍ଟ କରିବା, ଶିକ୍ଷା ଅଧିକାରୀ ମାନେ ନିୟମିତ ବିଦ୍ୟାଳୟକୁ ପରିଦର୍ଶନ କରିବା, ଅଭିଭାବକ ମାନଙ୍କୁ ସଚେତନ କରିବା, ବିଦ୍ୟାଳୟପରିଚାଳନା କମିଟି ଓ ଅଭିଭାବକ ଶିକ୍ଷକ ବୈଠକରେ ତଥା ପ୍ରତ୍ୟେକ ମାସିକ ବୈଠକରେ ଜନପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ସମସ୍ତ ସିଆରସିସି ଙ୍କୁ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ମହାନନ୍ଦ ପରାମର୍ଶ ଦେଇଥିଲେ। ଜିଲ୍ଲାପରିଷଦ ଶ୍ରୀ ମହାନନ୍ଦ ବିଗତ ଦିନରେ ଗରିବ, ନିରୀହ, ନିଷ୍ପେସିତ ଙ୍କ ଅସୁବିଧା ସମୟରେ ସାହାଯ୍ୟ କରିଥାନ୍ତି ତାଙ୍କର ଏଭଳି ନିଆରା କାର୍ଯ୍ୟଶୈଳୀ ଦେଖି ଅନ୍ୟ ଜିଲ୍ଲାପରିଷଦ ମାନଙ୍କ ଠାରୁ ସଦାସର୍ବଦା ଚର୍ଚିତ ରୁହନ୍ତି l ଶିକ୍ଷାର ବିକାଶ କୁ ନଜରରେ ରଖି ସିଆରସିସି ମାନଙ୍କୁ ପରାମର୍ଶ ଦେଇଥିବାରୁ ଶ୍ରୀ ମହାନନ୍ଦଙ୍କୁ କଳାହାଣ୍ଡିରେ ଭୁରି ଭୁରି ପ୍ରଶଂସା କରିଛନ୍ତି l

What's Your Reaction?

like

dislike

love

funny

angry

sad

wow