ବାଇକ ରୁ ଖସି ମହିଳା ଙ୍କ ମୃତ୍ୟୁ

ଭବାନୀପାଟଣା ରୁ ଏମ ରାମପୁର କୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ପଥରେ ବାଇକ ରୁ ଖସି ମହିଳା ଙ୍କ ମୃତ୍ୟୁ,
ନର୍ଲା ଶୁଭମ ବାର୍ତ୍ତା :- ଆଜି ସକାଳ ୧୦ ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ଭୁବନେଶ୍ଵର କୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥ ବଫଲା ପାଖରେ ବାଇକ୍ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଇକ ରେ ତିନି ଜଣ ଆରୋହୀ ବସିଥିବା ବେଳେ ପଛରେ ବସିଥିବା ମହିଳା ଅଚାନକ୍ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିଲା ।ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ ମୃତ ମହିଳା ଙ୍କ ନାଁ ଜିନା ଚୌଧୁରୀ ସେ ମ.ରାମପୁର ବ୍ଲକ୍ ଚନ୍ଦନ ପିଣ୍ଡା ବାସିନ୍ଦା ବୋଲି ଜଣାପଡିଛି।ନର୍ଲା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






