ବିଶେଷଜ୍ଞ ଡାକ୍ତର ନିଯୁକ୍ତି କୁ ନେଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବୀ ପତ୍ର ଦେଲେ ନର୍ଲା ବିଧାୟିକା ଙ୍କ ସହ ସାମ୍ବାଦିକ ବୃନ୍ଦ,

ବିଶେଷଜ୍ଞ ଡାକ୍ତର ନିଯୁକ୍ତି କୁ ନେଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବୀ ପତ୍ର ଦେଲେ ନର୍ଲା ବିଧାୟିକା ଙ୍କ ସହ ସାମ୍ବାଦିକ ବୃନ୍ଦ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ନର୍ଲା ସହର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୧୯୬୦ ମସିହା ରୁ ଆଖ ପାଖ ଅଞ୍ଚଳ ର ରୋଗୀ ଙ୍କୁ ସେବା ଯୋଗାଇ ଅସୁ ଥିଲେ ମଧ୍ୟ ଆଜି ଯାଏ ଏଠାରେ କୌଣସି ବି ବିଶେଷଜ୍ଞ ଡାକ୍ତର ନ ଥିବା ରୁ ରୋଗୀ ସେବା ବ୍ୟାଘାତ ଘଟୁଛି, ସେଥିପାଇଁ ବିଭିନ୍ନ ଗଣମାଧ୍ୟମ ରେ ଯେତେ ଖବର ପ୍ରସାରଣ ହେଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଗତ ମଙ୍ଗଳ ବାର ଦିନ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ସହ ନର୍ଲା ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ବୃନ୍ଦ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବୀ ପତ୍ର ଦେଇ ଛନ୍ତି।ଏଥି ପ୍ରତି ସ୍ବାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ଵ ଦେଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେଲେ ଅଞ୍ଚଳ ବାସୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ଆଶା ରଖି ଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






