ମରଣଯନ୍ତା ପାଲଟିଛି ଗଣ୍ଡାମେର ଠାରୁ ଧନାମୁଣ୍ଡିଆ ପଡା ରାସ୍ତା

ମରଣଯନ୍ତା ପାଲଟିଛି ଗଣ୍ଡାମେର ଠାରୁ ଧନାମୁଣ୍ଡିଆ ପଡା ରାସ୍ତା
ଗୋଲାମୁଣ୍ଡା ଶୁଭମ ବାତ୍ତା(ଉପେନ୍ଦ୍ର ବଗତ୍ତି) :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଠାରୁ ବାବେଗୁଡା ଧନାମୁଣ୍ଡିଆ ରାସ୍ତା ଏବେ ମରଣଯନ୍ତା ପାଲଟିଛି ରାସ୍ତାରେ କାଦୁଅ ଜମିବା ସହ ଖାଲ ନାଳ ପୂର୍ଣ୍ଣ ହୋଇଥିବାରୁ ସାଧାରଣ ଲୋକେ ଏବଂ ସ୍କୁଲ ଛାତ୍ର ଛାତ୍ରୀ ଯାତାୟାତ ରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଅନ୍ୟ ପଟେ ଧନାମୁଣ୍ଡିଆ ପଡା ଠାରୁ ସର୍ଗିଗୁଡା ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି, ରାସ୍ତାରେ କାଦୁଅ ପଚ ପଚ ହେଉଥିବାରୁ ଯିବା ଆସିବା ରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ଏନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଅନେକ ଥର ଗଣ୍ଡାମେର ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସ୍ଥିତି ସୁଧୁରୁନାହିଁ ତୁରନ୍ତ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମର ମୋହନଚରଣ କେତକୀ, ଧନରାଜ, ବିର, ଚନ୍ଦ୍ରଧ୍ୱଜ, ଉପେନ୍ଦ୍ର, ମଟ, ଅକ୍ଷ୍ୟ, ସୁଦାମ, ଦାବିକରିଛନ୍ତି,
What's Your Reaction?






