5କିମି ଦୂରତା ମଧ୍ୟରେ ଦଶମଶ୍ରେଣୀ ପରିକ୍ଷା କେନ୍ଦ୍ର ସ୍ଥାପନ ନେଇ ଆମରଣ ଅନଶନ,

-5କିମି ଦୂରତା ମଧ୍ୟରେ ଦଶମଶ୍ରେଣୀ ପରିକ୍ଷା କେନ୍ଦ୍ର ସ୍ଥାପନ ନେଇ ଆମରଣ ଅନଶନ,
ରାୟଗଡା ଶୁଭମ ବାର୍ତ୍ତା :-୫କିମି ଦୂରତା ମଧ୍ୟରେ ଦଶମଶ୍ରେଣୀ ପରିକ୍ଷା କେନ୍ଦ୍ର ସ୍ଥାପନ ଦାବି ନେଇ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ସାମାଜିକ କର୍ମୀ ରଞ୍ଜନ ସ୍ୱାଇଁଙ୍କ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ୨୫କିମି ଦୁର ମୁନିଗୁଡା ଠାରେ ଦୀର୍ଘ ଆଠ ବର୍ଷ ହେବ ପରିକ୍ଷା କେନ୍ଦ୍ର କରାଯିବାକୁ ବିରୋଧକରି ଏହି ଆନ୍ଦୋଳନ ଆରମ୍ଭ କାରାଯାଇଥିବା ଜଣାପଡ଼ିଛି। ମୁନିଗୁଡା ପରୀକ୍ଷା କେନ୍ଦ୍ର ଯିବା ସମୟରେ ଛାତ୍ରଛାତ୍ରୀ ନନା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ ପୁଣି ଚଳିତ ବର୍ଷ ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରା ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ମୁନିଗୁଡା ସରକାରୀ ବାଳିକା ବିଦ୍ୟାଳୟରେ ସ୍ଥିର ହୋଇଥିବାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣା ପଡିଛି। ତେବେ ସରକାର ନିଜେ ଘୋଷଣା କରିଥିବା ନିୟମକୁ ଖିଲାପ କରିବା ସହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ।
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






