ମସ୍କାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ,

Apr 12, 2025 - 10:18
 0  5
ମସ୍କାଗୁଡ଼ା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ,

ମସ୍କାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ  

 ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମସ୍କାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୋବିନ୍ଦ ଭୋଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଗାଁ ଧରଣୀ ପୀଠ ରୁ ଖୋଲ ସଙ୍କୀର୍ତ୍ତନ ସହ ସମସ୍ତେ ମଶାଲ୍ ଶୋଭା ଯାତ୍ରା ରେ ଯାଇ ମଞ୍ଚ ରେ ମଶାଲ୍ ସ୍ଥାପନା ସହିତ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର୍ ପାଢ଼ୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସର୍ବେଶ୍ଵର ମାଝୀ,CRCC ପ୍ରକାଶ୍ ଚନ୍ଦ୍ର ପଧାନ୍,କମର୍ଦ୍ଧା UPS ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର, କମର୍ଦ୍ଧା MMB ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, ବକଟି ସ୍କୁଲ୍ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବେରୁକ୍ ପ୍ରମୁଖ ଯୋଗ ଦେଇ ଥିଲେ। ଶିକ୍ଷକ ଲଳିତ ମୋହନ୍ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍କୁଲ୍ ର ସମସ୍ତ ସହ ଶିକ୍ଷକ ସହଯୋଗ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ ସ୍କୁଲ୍ ର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଉପୋଢୋକନ୍ ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଅଭିଭାବକ ମାନଙ୍କ ସହିତ ମସ୍କାଗୁଡ଼ା ଗ୍ରାମବାସୀ ଙ୍କ ସହଯୋଗ ରେ ସୁରୁଖୁରୁ ରେ ସମାପନ ହୋଇଥିଲା।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow