ସରପଞ୍ଚ ସ୍ୱାମୀଙ୍କ ଜବ କାର୍ଡରେ ମନରେଗା ଟଙ୍କା,ସାଥ ଦେଉଛି ଗ୍ରାମ ରୋଜଗାର ସେବକ,

ଏମ. ରାମପୁର ଶୁଭମ ବାର୍ତ୍ତା :- ମନରେଗା କାମରେ କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ର ଡମ କର୍ଲ୍ଲlଖୁଣ୍ଟା ପଞ୍ଚାୟତ ରେ ମନରେଗା ଯୋଜନା ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି l ଏଠାରେ ସରପଞ୍ଚ ଙ୍କ ସ୍ୱାମୀ ମନରେଗା ରେ କାମ ଦେଖେଇ ଟଙ୍କା ହରିଲୁଟ କରିଥିବା ସାମ୍ମନ୍ନାକୁ ଆସିଛି, ଏ କଥା ଆମେ କହୁନୁ ଜବ କାର୍ଡ କହୁଛି, ମନରେଗା କାମର ଟଙ୍କା ଉଠୁଥିବା ଓ ଜବକାର୍ଡ ଧାରୀଙ୍କ ନାମରେ ଟଙ୍କା ନ ଉଠୁଥିବା ବେଳେ ନିଜେ ମହାଘୋଟଲା ଓ ଦୁର୍ନୀତି ହୋଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି l ନିୟୋଜିତ ଶ୍ରମିକମାନଂକୁ ମଜୁରୀ ନ ମିଳିବାରୁ ଅହେତୁକ ବିଳମ୍ବ ଯୋଗୁ ଶ୍ରମିକମାନଙ୍କ ମଧ୍ୟରେ ଘୋର ଅଶାନ୍ତି ସୃଷ୍ଟି ହେଉଛି l ଖବର ନେବାରୁ ଜଣାପଡୁଛି ଯେ ମ. ରାମପୁର ବ୍ଲକର ଡମ କର୍ଲ୍ଲlଖୁଣ୍ଟା ପଞ୍ଚାୟତର ସମିତି ତରଫରୁ ମନରେଗା ଯୋଜନାରେ ସ୍ଥାନୀୟ ଅଂଚଳର ଲୋକଙ୍କୁ କାମ ଯୋଗାଇ ଦେବା ଉଦେଶ୍ୟରେ ମସର୍ଲା ପଡା ବହଳଗୁଚ୍ଛା ପଡା. ଡ଼ୁମେର ଗୁଡା. ସିର୍ଗୁଣ କାମ ଆରମ୍ଭ ହୋଇଥିଲା l ଗତ ମାର୍ଚ୍ଚ ମାସ ୧୪ ତାରିଖ ରୁ କାର୍ଯ୍ୟ ଆରମ୍ଭ କରାଯାଇ ଜୁଲାଇ ମାସ ୨୩ ତାରିଖ ପର୍ଯ୍ୟନ୍ତ ମୋଟ ୩୫ ଦିନ କାଗଜ କଲମ ରେ ସରପଞ୍ଚ ସ୍ୱାମୀ ଫକୀର ମୋହନ ରଣା ମନରେଗାରେ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ ଅଛି l ଏଥିରେ ଗ୍ରାମ ରୋଜଗାର ସେବକ,ଜେ ଇ ସହିତ ମଧୁ ଚନ୍ଦ୍ରିକା ରଖି ହିତାଧିକାରୀଙ୍କ ଟଙ୍କା ହଡପ କରି ନିଜ ନାମରେ ମନରେଗା ଟଙ୍କା ହଡପ ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି l କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା କାମରେ ଗରିବ ମାନଙ୍କ ପାଇଁ କୋଟି କୋଟି ଟଙ୍କା ମଂଜୁର କରୁଥିଲେ ହେ ବ୍ଲକଠାରୁ ପଞ୍ଚାୟତ ସମିତି ଶ୍ରମିକ ମାନଂକୁ ଶୋଷଣ କରୁଥିବା ଦେଖିବାକୁ ମିଳୁଛି, ଏ ଠାରେ ଡମ କର୍ଲା ଖୁଣ୍ଟା ସରପଞ୍ଚ ସିଂଗ୍ଧା ରଣା ଙ୍କ ସ୍ୱାମୀ ଫକୀର ମୋହନ ରଣା ଘୋଟଲା ର ନଗ୍ନ ନମୁନା l ଏଠାରେ ସରପଞ୍ଚଙ୍କ ସ୍ୱାମୀ ପ୍ରତ୍ୟକ ହିତାଧିକାରୀ ଜବକାର୍ଡ ଧାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି l ସରପଞ୍ଚ ସ୍ୱାମୀଙ୍କ ନିଜ ଜବ କାର୍ଡରେ ନିଜର ନାମରେ ଥିବା OR-10-004-004-011/313606 ପଇସା ପକାଇ ଆତ୍ମସାତ କରୁଥିବା ଅଭିଯୋଗ ହେଉଛେ l ଡମକର୍ଲ୍ଲlଖୁଣ୍ଟା ର ମସଲ୍ଲାପଡା. ବହଳଗୁଚ୍ଛାପଡା.ଡ଼ୁମେର ଗୁଡା. ସିର୍ଗୁଣ ଗ୍ରାମ ଠାରେ ମନରେଗା କାମ କରି ଟଙ୍କା ଉଠିଥିବା ଜବକାର୍ଡରେ ଉଲ୍ଲେଖ ରହିଛି l ଏ ଠାରେ ପ୍ରଶ୍ନ ଉଠିଛି ସରପଞ୍ଚଙ୍କ ସ୍ୱାମୀ ରଫା କୋଦଳ ଧରି ମାଟି କାମ କରିଗଲେ ବୋଲି ଜନସାଧାରଣରେ ପ୍ରଶ୍ନ ବାଚୀ ସୄଟି ହେଉଛି l ଏଭଳି ପଞ୍ଚାୟତରେ ବହୁତ ଜବକାର୍ଡ ଧାରୀ ଅଛନ୍ତି ସେମାନେ କେବେ କାମକୁ ନ ଯାଇ ଓ ତାଙ୍କ ନାମରେ ଟଙ୍କା ପକାଇ ଉଠାଯାଇଥିବା ଖବର ମିଳିଛି, ଏହାର ଏକ ଉଚ୍ଚ ସ୍ତିରୀୟ ତଦନ୍ତ କରି କାମ ନ କରୁଥିବା ଲୋକଙ୍କ ନାମରେ ଯେଉଁ ମନରେଗା ଟଙ୍କା ପଡୁଛି l ତାହା କାହା ଇସାରାରେ ଏତେ ମାତ୍ରାରେ ହରିଲୁଟ ହେଉଛି l ତାହା ଉଚିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବିହେଉଛି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ସହ ଏମ. ରାମପୁରରୁ ବାରୁ ମାଝିଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






