ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ,

Sep 2, 2024 - 17:01
 0  15
ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ :  ଦୁଇ ଗିରଫ,

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

କନ୍ଧମାଳ: (ଶୁଭମ ବାର୍ତ୍ତା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା।ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକ ଠାରେ ଏକ ବାଇକ ନଂ.ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଥିଲା l ଉକ୍ତ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ବରଗଡ ଜିଲ୍ଲା ଖଇରାପାଲି ଅଞ୍ଚଳର ସୁଶୀଲ କୁମ୍ଭାର ଓ ବଲାଙ୍ଗୀର ଜିଲ୍ଲା ମୋହନାବନ୍ଧ ଅଞ୍ଚଳର ବାଳକୃଷ୍ଣ ଦାସ ଉଭୟଙ୍କ ପାଖରୁ ୧୦ କିଲୋ ୧୫୦ ଗ୍ରାମ ଗଂଜେଇ ସହ ନଗଦ ୨୫୦୦ ଟଙ୍କା ଓ ଦୁଇ ମୋବାଇଲ ଜବତ କରାଯାଇ ସେମାନଙ୍କ ନାମରେ କେଶ ନଂ.୨୦୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow