ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରିଜୀ ଜୟନ୍ତୀ ପାଳିତ,

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରିଜୀ ଜୟନ୍ତୀପାଳିତ
ଶୁଭମ ବାର୍ତ୍ତା :- ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ ହୋଇଯାଇଛି | ମାତୃଭୂମି ପାଇଁ ବଳିଦାନ ଦେଇଥିବା ଭାରତ ମାତାଙ୍କ ଦୁଇ ବୀର ସୁପୁତ୍ର ସ୍ୱାଧୀନତା ସଂଗ୍ରାମୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଜୀ ଙ୍କ ସ୍ମୃତି ତଥା ସମ୍ନାନ ଦେବା ଏହି ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ସହ ମାତୃଭୂମି ସ୍ୱର୍ଗ ଠାରୁ ବଡ ଓ ପ୍ରତେକ ଛାତ୍ରଛାତ୍ରୀ ଦେଶଭକ୍ତି ଓ ରାଷ୍ଟ୍ର ଗଠନ ରେ ଯୋଗଦାନ ନିତାନ୍ତ ଜରୁରୀ ଓ ଗାନ୍ଧୀଜୀ ଙ୍କ ଅହିଂସା ଓ ଶାସ୍ତ୍ରିଜୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେଵା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ ଆୟୋଜିତ ସଭା ପରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ବିବେକାନନ୍ଦ ମାର୍ଗ ଓ ଶର୍ମା କଲୋନୀ ଦୁଇପାର୍ଶ୍ଵ ରାସ୍ତା ସଫେଇ ହୋଇଥିଲା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶତାଧିକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ କ୍ରୀଡ଼ାବିତ ଦେବେନ୍ଦ୍ର ରାଉତ ଓ ସମାଜସେବୀ ମନୋଜ ମିଶ୍ର ସଂମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ ଶିକ୍ଷୟିତ୍ରୀ ସାଧନା ପ୍ରଧାନ, କଲ୍ୟାଣୀ ବାଗ, ସୁରଶ୍ମିତା ତ୍ରିପାଠୀ, ସରିତା ବାଗେଲ, ବୃଷବ ଦାଶ ଓ ଶିକ୍ଷକ ସମ୍ପଦ ମୁଣ୍ଡ ସହଯୋଗ କରି ଧନ୍ୟବାଦ ଦେଇଥିଲେ| ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






