ତୁଳା ପଡା ବିଜୟା ନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସଵ ଅନୁଷ୍ଠିତ,

ତୁଳା ପଡା ବିଜୟା ନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସଵ ଅନୁଷ୍ଠିତ,
ନର୍ଲା ଶୁଭମ ବାର୍ତ୍ତା :- ୧୭/୧୨/୨୦୨୪ ରିଖ ମଙ୍ଗଳ ବାର ଦିନ ତୁଳା ପଡା ବିଜୟା ନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସମାରୋହ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ କୁମାର ଦୀପ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ଶିକ୍ଷା ଅଧିକାରୀ ତପିମଣୀ ଜାନୀ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜନ୍ମେଜୟ ସ୍ୱାଇଁ, ଓ ଜମି ଅଧିଗ୍ରହଣ ଅଧିକାରୀ କଳାହାଣ୍ଡି ଯୋଗଦେଇ ଉକ୍ତ କ୍ରୀଡା ଉତ୍ସବ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଓଡ଼ିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ବିଜୟ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ସହ ବିଦ୍ୟାଳୟ ଅଧ୍ୟକ୍ଷ ସୁଶିଲ ସେନାପତି ସ୍ୱାଗତ ଭାଷଣ ଦେଇ ଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରି ସଫଳ କରିଥିବାରୁ ଅଧ୍ୟକ୍ଷ ସମସ୍ତ ଙ୍କୁ ଧନ୍ୟବାଦ୍ ଦେବା ସହ ସଭାସାଙ୍ଗ ହୋଇ ଥିଲା ।
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






